ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ

0

ଭୁବନେଶ୍ବର: କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଦିନ କଷ୍ଟମ୍ସ ଅଧିକାରୀମାନେ ବ୍ୟାଗେଜ୍ ଯାଞ୍ଚ ସମୟରେ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି।

ସୂଚନାଅନୁସାରେ, ଯାତ୍ରୀଙ୍କ ଲଗେଜରେ ଦାମୀ ଚୋରା ଦ୍ରବ୍ୟ ଲୁଚାଇ ରଖାଯାଇଥିଲା। ଇଣ୍ଡିଗୋ ବିମାନରେ ବ୍ୟାଙ୍କକ୍ ରୁ ଆସିଥିବା ଉକ୍ତ ଯାତ୍ରୀଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ତେବେ ତଦନ୍ତକାରୀମାନେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହିତ ସମ୍ଭାବ୍ୟ ଲିଙ୍କ ଯାଞ୍ଚ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜବତ ଡ୍ରଗ୍ସଗୁଡ଼ିକ ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.