ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି

0

ଭୁବନେଶ୍ବର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ। ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ। ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପୂର୍ବରୁ ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରାଯିବ ବୋଲି ସୂଚନା ପ୍ରକାଶ ପାଇଥିଲା।

ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଲେକ୍‌ ଜୋନ୍‌ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.