ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି

0

ଭୁବନେଶ୍ବର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ। ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ। ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପୂର୍ବରୁ ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରାଯିବ ବୋଲି ସୂଚନା ପ୍ରକାଶ ପାଇଥିଲା।

ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଲେକ୍‌ ଜୋନ୍‌ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.