ପ୍ରମୁଖ ଖବର

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ
ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ: ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି :ରାଜସ୍ୱ ମନ୍ତ୍ରୀ
ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍‌
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା, ବାଇକ୍ ଚଳାଚଳରେ ନିଷେଧ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର

0

ଭୁବନେଶ୍ବର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ ପରିବହନ କମିଶନର ଅମିତାଭ ଠାକୁର।

ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି। ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ। ଆମ ବସ ଚାଳକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିବା ପରେ ପରିବହନ ବିଭାଗ ଏଦିଗରେ ଆବଶ୍ୟକ ପଦକ୍ଷେପ ନେଇଛି। ନିୟମିତ ଚାଳକଙ୍କ ପ୍ରଶିକ୍ଷଣ ଏବଂ ଗାଡ଼ି ଫିଟନେସ ଯାଞ୍ଚ କରାଯାଉଛି । ଚାଳକଙ୍କୁ ଫୁଙ୍କାଇ ଫିଟନେସ କରିଯାଉଛି।

Leave A Reply

Your email address will not be published.