ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଲାଞ୍ଚ ନେଇ ଧରାପଡ଼ିଲେ ଜଳସେଚନ ବିଭାଗର ଦୁଇ ଅଧିକାରୀ

0

ମୟୂରଭଞ୍ଜ: ଲାଞ୍ଚ ନେଇ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି।

ଏକ ବିଲ୍‌ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୬୦୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍‌କୁ ଜବତ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ) ହରେକୃଷ୍ଣ ସିଂ ଏବଂ ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍‌ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛିା ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ସୂଚନାଯୋଗ୍ୟ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍‌ (ପ୍ରାୟ ୫ ଲକ୍ଷ) ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍‌ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହ୍ସାବରେ ୨୮ହଜାର ରହିଥିଲା। ମୋଟ୍‌ ୬୦୦୦୦ହଜାର ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି ଠିକାଦାରଙ୍କୁ ରୋକଠୋକ କହିଥିଲେ। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଉଭୟଙ୍କଠାରୁ ଜବତ କରିଥିଲେ।

Leave A Reply

Your email address will not be published.