ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଲାଞ୍ଚ ନେଇ ଧରାପଡ଼ିଲେ ଜଳସେଚନ ବିଭାଗର ଦୁଇ ଅଧିକାରୀ

0

ମୟୂରଭଞ୍ଜ: ଲାଞ୍ଚ ନେଇ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି।

ଏକ ବିଲ୍‌ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୬୦୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍‌କୁ ଜବତ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ) ହରେକୃଷ୍ଣ ସିଂ ଏବଂ ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍‌ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛିା ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ସୂଚନାଯୋଗ୍ୟ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍‌ (ପ୍ରାୟ ୫ ଲକ୍ଷ) ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍‌ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହ୍ସାବରେ ୨୮ହଜାର ରହିଥିଲା। ମୋଟ୍‌ ୬୦୦୦୦ହଜାର ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି ଠିକାଦାରଙ୍କୁ ରୋକଠୋକ କହିଥିଲେ। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଉଭୟଙ୍କଠାରୁ ଜବତ କରିଥିଲେ।

Leave A Reply

Your email address will not be published.