ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା

0

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହେଉଥିବା ବେଳେ ଏହି ସୂଚନା ଦିଆଯାଇଛି।
୦୨୭ ଫେବୃଆରୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାପତ୍ର ଗଣନା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ମଧ୍ୟ ପଞ୍ଜିକୃତ କରିପାରିବେ। ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର ଓ କଟକରେ ଏଥିପାଇଁ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଓ ପୌରପାଳିକା ସୀମା ବି ଫାଇନାଲ ହୋଇଛି।

ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଲେଖାଏଁ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ରାଜ୍ୟରେ ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତି ପାଇବେ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ।

ଜଣେ ଲୋକ ନିଜେ ଚାହିଁଲେ ନିଜ ତଥ୍ୟ ଦେଇ ୱେବସାଇଟ ଜରିଆରେ ପଞ୍ଜିକୃତ କରିପାରିବେ। ଏଥିପାଇଁ ମୋବାଇଲ ନମ୍ବରରେ ଓଟିପି ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ହେବନି କି ଆପରୁ ସ୍କ୍ରିନ ସଟ୍ ମଧ୍ୟ ନେଇହେବ ନାହିଁ। ପ୍ରାୟ ୯୦ ପ୍ରତିଶତ କାମ ଅନଲାଇନରେ ହେବ। ୧୦୦ ପ୍ରତିଶତ ସଠିକ ଜନଗଣନା କରାଯିବ।

Leave A Reply

Your email address will not be published.