ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟ ବନ୍ଦ

0

ଭୁବନେଶ୍ବର: ଖୋର୍ଦ୍ଧା ଜିଲା ନବୋଦୟ ବିଦ୍ୟାଳୟରେ କାମଳ ବ୍ୟାପିବା ପରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା । ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଆସନ୍ତା ୧୪ ତାରିଖ ଯାଏ ବନ୍ଦ ଘୋଷଣା କରିଛନ୍ତି। ଏପରିକି ନିଜ ପିଲାଙ୍କୁ ନେଇଯିବା ଲାଗି ଅଭିଭାବକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଦିଲ୍ଲୀ, ଭୋପାଲର ନବୋଦୟ ଟିମ୍ ଅଧିକାରୀଙ୍କ ତଦନ୍ତ।

ଗତ କିଛିଦିନ ଧରି ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ରୋଗକୁ ନେଇ ଆତଙ୍କ ଖେଳିଯାଇଛ। ବିଦ୍ୟାଳୟର ପ୍ରାୟ ୫୦ରୁ ଅଧିକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ବି ନେଇଥିଲେ।

ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା। ତା’ ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହେଲେ। ଗଲା ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ। କିନ୍ତୁ, ଚଳିତ ଜାନୁଆରି ସୁଦ୍ଧା ରୋଗୀସଂଖ୍ୟା ୪୦କୁ ଛୁଇଁଛି ବୋଲି ବିଦ୍ୟାଳୟର ଷ୍ଟାଫ୍‌ ନର୍ସ ଶାନ୍ତିଲତା ବସ୍ତିଆ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦ରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି।

Leave A Reply

Your email address will not be published.