ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୩ କୋର୍ଟକୁ ବୋମା ଧମକ, ଖାଲି କରାଗଲା ହାଇକୋର୍ଟ

0

ଭୁବନେଶ୍ବର: ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଛି। ଏଥିରେ ସମ୍ବଲପୁର, କଟକ, ଦେବଗଡ କୋର୍ଟ ରହିଛି। ହାଇକୋର୍ଟକୁ ଧମକ ଆସିବା ପରେ ଛାନଭିନ ଜୋରଦାର କରାଯାଉଛି। ଇମେଲ୍ ମାଧ୍ୟମରେ କୋର୍ଟକୁ ଏହି ଧମକ ମିଳିଥିବା ସୂଚନା ମିଳିଛି। ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇ-ମେଲରେ ବୋମା ଧମକ ଆସିବା ପରେ ଛାନଭିନ୍‌ ଆରମ୍ଭ ହୋଇଛି। କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ, କର୍ମଚାରୀମାନଙ୍କୁ ବାହାର କରି ବମ ସ୍କ୍ବାଡ଼, ସନ୍ଧାନୀ କୁକୁର, ସାଇବର ଅଧିକାରୀ ରହି ତଦନ୍ତ କରୁଛନ୍ତି।

ଆଜି ସକାଳୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ଚାଲିଥିବା ବେଳେ ହଠାତ୍‌ ଇ-ମେଲରେ ଏଭଳି ଧମକ ଆସିବା ପରେ ପୁଲିସ କର୍ମୀ ଓ ବମ୍‌ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରୁଛନ୍ତି। ହାଇକୋର୍ଟରୁ ସମସ୍ତ ଅଧିକାରୀ, ଓକିଲ ଓ ବିଚାରପତି ମାନଙ୍କୁ ବାହାରକୁ ଅଣାଯାଇଛି। କୋର୍ଟ ପରିସରରେ ପୂର୍ବରୁ ୩ଟି ଆରଡିଏକ୍ସ ରଖାଯାଇଛି ବୋଲି ଇ-ମେଲରେ ଲେଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଇ-ମେଲ୍‌ ଓଡ଼ିଆରେ ଲେଖାଯାଇଛି।

ଏଣେ ହାଇକୋର୍ଟ ପରିସରକୁ ମଧ୍ୟ ଖାଲି କରାଯାଇ ପୁଲିସ ଛାଉଣି କରାଯାଇଛି। ଚାରିଆଡେ ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି। ହାଇକୋର୍ଟ କୁ ମଧ୍ୟ ଖାଲି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କିଏ ଏହି ମେଲ୍ ପଠାଇଛି ସେ ନେଇ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନି।

Leave A Reply

Your email address will not be published.