ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

0

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଗୁରୁବାର ସାରା ଓଡ଼ିଶାରେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଆନ୍ଦୋଳନରୁ ଓହରିଛନ୍ତି। ଯାହା ଫଳରେ କାଲିଠୁ ସ୍ଵାଭାବିକ ଭାବେ ଚାଲିବ ଓପିଡି ସେବା।

ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ଅଧୀନରେ ବିଭିନ୍ନ ଦାବି ନେଇ ସରକାରୀ ଡାକ୍ତରମାନେ ପ୍ରତିବାଦ କରୁଥିଲେ। ତେବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବିସ୍ତୃତ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଡାକ୍ତରମାନଙ୍କ ଦ୍ୱାରା କରାଯାଇଥିବା ଦାବିଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇସାରିଛି ବୋଲି କହିଛନ୍ତି ମନ୍ତ୍ରୀ। ଉକ୍ତ କମିଟି ଦାବିଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିବ ଏବଂ ଖୁବ୍ ଶୀଘ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଡାକ୍ତରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ କମିଟିର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରାଯିବ। ଏହି ପ୍ରତିଶ୍ରୁତି ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.