ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଢିଲା ଭକ୍ତନିବାସର ପାର୍କିଂ ଫି, ଏବେ ଦେବାକୁ ପଡିବ ୫୦୦

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ଗୋଟି ଭକ୍ତ ନିବାସର ପାର୍କି ଫି ବୃଦ୍ଧି କରାଯାଇଛି। ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଗୋଟି ଭକ୍ତ ନିବାସ ଯଥା ନୀଳାଦ୍ରି ଭକ୍ତ ନିବାସ, ନୀଳାଚଳ ଭକ୍ତ ନିବାସ, ପୁରୁଷତମ ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ଆସୁଥିବା ଭକ୍ତମାନେ ଏବେ ସେମାନଙ୍କ କାର ପାର୍କିଂ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ପ୍ରଶାସନ ପକ୍ଷରୁ ୫୦୦ ଟଙ୍କା ପାର୍କିଂ ଫି କରାଯାଇଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ତେବେ ପରିଚାଳନା କମିଟି ବୈଠକରେ ପାର୍କିଂ ଫି ବୃଦ୍ଧି ନେଇ କୌଣସି ଆଲୋଚନା ହୋଇନାହିଁ। ୨୪ ଘଣ୍ଟାକୁ ୧୮ ପ୍ରତିଶତ ଜିଏସଟି ମିଶାଇ ୫୦୦ ଟଙ୍କା ପାର୍କିଂ ଫି ରଖାଯାଇଛି। ଅଚାନକ ଏଭଳି ନିଷ୍ପତ୍ତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅଚାନକ ପାର୍କିଂ ଫିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୃଦ୍ଧିଜୀବୀ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇନଥିବା ମଧ୍ୟ କୁହାଯାଉଛି।

Leave A Reply

Your email address will not be published.