ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆର.ଆଇ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଧୀନ ଟୁସର ଆର.ଆଇ ସୁରେନ୍ଦ୍ର କୁମାର ଦାଶଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି।
ସୂଚନା ଅନୁସାରେ, ୨୪ ନଭେମ୍ବର, ୨୦୨୫ରେ କିଆକଟା ଦୌଳତପୁର ଅଞ୍ଚଳର ସତ୍ୟାନନ୍ଦ ପ୍ରଧାନ ନାମକ ବ୍ୟକ୍ତି ତାଙ୍କ ଜମିର ମାପଚୁପ ପାଇଁ ଟୁସର ଆର.ଆଇ ରେ ଆବେଦନ କରିଥିଲେ। ଜମିର ମାପଚୁପ କରିବା ପାଇଁ ଆର.ଆଇ ଶ୍ରୀ ଦାଶ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସତ୍ୟାନନ୍ଦ ପ୍ରଥମେ ୨ ହଜାର ଟଙ୍କା ଦେଇଥିଲ। ତେବେ ୮ ଜାନୁଆରୀରେ ବାକି ୮ ହଜାର ଟଙ୍କା ଦେବାକୁ ମଧ୍ୟ ସେ କହିଥିଲେ। କିନ୍ତୁ ଜମି ମାଲିକ ବାକି ଟଙ୍କା ଦେବାକୁ ରାଜି ନ ହେବାପରେ ଆରଆଇ ଲାଞ୍ଚ ମୂଲ୍ୟକୁ ହ୍ରାସ କରି ୬ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଫଳରେ ସତ୍ୟାନନ୍ଦ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀମାନେ କିଆକାଟା ସ୍ଥିତ ଆରଆଇ ଅଫିସ କ୍ୟାମ୍ପସ ଭିତରେ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। କିନ୍ତୁ ଭିଜିଲାନ୍ସ ଟିମକୁ ଦେଖି ଅଭିଯୁକ୍ତ ଲାଞ୍ଚ ଟଙ୍କାକୁ କାର୍ଯ୍ୟାଳୟ ପରିସରରେ ଥିବା ଏକ ଶୌଚାଳୟର ଝରକା ବାହାରକୁ ଫିଙ୍ଗି ଦେଇଥିଲେ।
ଏହି ଘଟଣା ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ସହ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଭାବରେ ଚଢ଼ାଉ କରାଯାଉଛି। ଏଥିସହ ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ବର୍ତ୍ତମାନ୍ ତଦନ୍ତ ଚାଲିଥିବା ନେଇ ଅଧିକାରୀମାନେ କହିଛନ୍ତି।
ପ୍ରମୁଖ ଖବର
ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ