ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବଢିବ ବିଧାନସଭା ସିଟ୍‌

0

ଭୁବନେଶ୍ବର: ଖୁବଶିଘ୍ର ବଢିପାରେ ବିଧାନସଭା ସିଟ୍ ସଂଖ୍ୟା। ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି। ଓଡ଼ିଶାରେ ନୂଆ ବିଧାନସଭା ଏବଂ ନୂଆ ଲୋକସେବା ଭବନ ନିର୍ମାଣ ହେବ। ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ। ଏବେ ୧୪୭ଟି ଅଛି ଯାହା ୨୦୦କୁ ବଢିପାରେ। ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି।
ତେବେ ନୂଆ ବିଧାନସଭାରେ ୨ ଶହ ପାଖାପାଖି ବିଧାୟକ ରହିପାରନ୍ତି। ‘ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ସିଟ୍‌ର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି। ତେବେ ଆଗକୁ ବିଧାନସଭା ସିଟ ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କହିଥିଲେ ଯେ, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି। ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି। ତେଣୁ ଲୋକସେବା ଭବନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ନୂଆ ବିଧାନସଭା ମଧ୍ୟ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଥିଲେ।

ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି।

Leave A Reply

Your email address will not be published.