ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

0

ଭୁବନେଶ୍ବର: ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଓ ବିଧାନସଭା କମ୍ପ୍ଲେକ୍ସ। ନୂଆ ଲୋକସେବା ଭବନରେ ହେବ ଭୂତଳ ପାକିଂ। ପ୍ରାୟ ୭୦ ବର୍ଷ ପୁରୁଣା ଲୋକସେବା ଭବନ କୋଠା ଦୁର୍ବଳ ହୋଇପଡିଛି। ବିପଦଜନକ ସ୍ଥିତିକୁ ଆସିବା ସହ ପାର୍କିଂ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ବିଭାଗ ବଢିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଗୁରୁତର ସମସ୍ୟା ଉପୁଜୁଛି। ତେଣୁ ନୂଆ ଢାଞ୍ଚାରେ ଲୋକସେବା ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଯାହାର ଦାୟିତ୍ବ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସିକୁ ମିଳିଛି। ସେହିପରି ଡି-ଲିମିଟେସନ ପରେ ବିଧାନସଭାର ସିଟ ବଢ଼ିବାର ସମ୍ଭାବନା ରହିଛି। ୧୪୭ରୁ ବଢ଼ି ୨୦୦ ପାଖାପାଖି ସିଟ୍‌ ହୋଇପାରେ। ଏହାକୁ ଲକ୍ଷ୍ୟରେ ରଖି ୩୦୦ ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଲୋକସେବା ଭବନ ପୁରୁଣା ହୋଇଯାଇଛି। ବର୍ତ୍ତମାନର ଲୋକସେବା ଭବନ ଆଧୁନିକତା ଓ ବୈଷୟିକ ବ୍ୟବସ୍ଥାରେ ପଛରେ ରହିଛି। ସେହିପରି ବିଲ୍ଡିଂ ତାରରେ ଛନ୍ଦି ହୋଇଛି। ସର୍ଟସର୍କିଟ ଭଳି ଘଟଣା ହେଲେ, ଗୋଟେ ଗୋଟେ ବିଭାଗ ଜଳିଯିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଚିରେ ରଖି ଅତ୍ୟାଧୁନିକ ଲୋକସେବା ଭବନ ଓ ବିଧାନସଭା କମ୍ପ୍ଲେକ୍ସ ପାଇଁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.