ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ

0

ଭୁବନେଶ୍ଵର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ କାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ଖଣ୍ଡଗିରି ମେଳାର ଯାତ୍ରା ପେଣ୍ଡାଲ ଉପରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ। ପୂର୍ବ ବର୍ଷ ଯେଉଁଭଳି ଭାବରେ ଖଣ୍ଡଗିରି ପେଣ୍ଡାଲରୁ ଅଶ୍ଲୀଳ ନୃତ୍ୟକୁ ବାରଣ କରାଯାଇଥିଲା। ଏଥର ବି ସେହିପରି ଭାବରେ କଟକଣା ଲଗାଯିବ।

ସେ ଆହୁରି କହିଛନ୍ତି ଯେ, ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା, ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ। ଏହି ମେଳାକୁ ଅନେକ ସାଧୁ ସନ୍ଥ ଆସିଥାନ୍ତି। ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ। ଏହା ଆମ ଭାବାବେଗ ସହିତ ଜଡ଼ିତ ରହିଛି। ଏହି ମେଳାକୁ ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ। ଗତ ଥର ଆମେ ସମସ୍ତେ ଏହି ନୃତ୍ୟ ଠାରୁ ନିବୃତ୍ତ ରହିଥିଲୁ। ଏଥର ବି ରହିବୁ ବୋଲି ମୋର ବିଶ୍ୱାସ। ସମସ୍ତ ମଣ୍ଡପ ଓ ଯାତ୍ରା କମିଟି ସହିତ ଆଲୋଚନା କରିଛି। କୌଣସି ପ୍ରକାର ଅଶ୍ଲୀଳ ନୃତ୍ୟକୁ ଅନୁମତି ଦିଆଯିବନାହିଁ ବୋଲି ସେମାନେ ମଧ୍ୟ କହିଛନ୍ତି। ସମସ୍ତେ ଏହାକୁ ମାନିବା ଦରକାର।

Leave A Reply

Your email address will not be published.