ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ

0

ଭୁବନେଶ୍ଵର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ କାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ଖଣ୍ଡଗିରି ମେଳାର ଯାତ୍ରା ପେଣ୍ଡାଲ ଉପରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ। ପୂର୍ବ ବର୍ଷ ଯେଉଁଭଳି ଭାବରେ ଖଣ୍ଡଗିରି ପେଣ୍ଡାଲରୁ ଅଶ୍ଲୀଳ ନୃତ୍ୟକୁ ବାରଣ କରାଯାଇଥିଲା। ଏଥର ବି ସେହିପରି ଭାବରେ କଟକଣା ଲଗାଯିବ।

ସେ ଆହୁରି କହିଛନ୍ତି ଯେ, ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା, ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ। ଏହି ମେଳାକୁ ଅନେକ ସାଧୁ ସନ୍ଥ ଆସିଥାନ୍ତି। ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ। ଏହା ଆମ ଭାବାବେଗ ସହିତ ଜଡ଼ିତ ରହିଛି। ଏହି ମେଳାକୁ ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ। ଗତ ଥର ଆମେ ସମସ୍ତେ ଏହି ନୃତ୍ୟ ଠାରୁ ନିବୃତ୍ତ ରହିଥିଲୁ। ଏଥର ବି ରହିବୁ ବୋଲି ମୋର ବିଶ୍ୱାସ। ସମସ୍ତ ମଣ୍ଡପ ଓ ଯାତ୍ରା କମିଟି ସହିତ ଆଲୋଚନା କରିଛି। କୌଣସି ପ୍ରକାର ଅଶ୍ଲୀଳ ନୃତ୍ୟକୁ ଅନୁମତି ଦିଆଯିବନାହିଁ ବୋଲି ସେମାନେ ମଧ୍ୟ କହିଛନ୍ତି। ସମସ୍ତେ ଏହାକୁ ମାନିବା ଦରକାର।

Leave A Reply

Your email address will not be published.