ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାସ୍ତାରୁ ବାଲି ହଟାଇବା ପାଇଁ ତାଗିଦ କଲେ ପରିବହନ ଆୟୁକ୍ତ

0

ଭୁବନେଶ୍ଵର: ରାସ୍ତାରୁ ବାଲି ହଟାଇବା ପାଇଁ କଡା ତାଗିଦ କଲେ ପରିବହନ ଆୟୁକ୍ତ। ଏନଏଚ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ରାସ୍ତାରୁ ବାଲି ହଟାଇବାକୁ ଚିଠି ଲେଖିଲେ ଆୟୁକ୍ତ। ନିକଟ ଅତୀତରେ ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ଉଦବେଗ ଜଣାଇଛନ୍ତି ଆୟୁକ୍ତ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାସ୍ତା ସଫା ରଖିବା ଦାୟିତ୍ୱ ଆପଣଙ୍କର। ଯଦି ରାସ୍ତାରେ ବାଲି ବା ଅଳିଆ ପଡି ରହୁଛି ତେବେ ସେସବୁ ସଫା କରିବା ଦାୟିତ୍ୱ ଆପଣଙ୍କ ସଂସ୍ଥାର ବୋଲି ଚିଠିରେ ଲେଖିଛନ୍ତି ଆୟୁକ୍ତ ।

ଏହିକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ପୌରପାଳିକା, ଏନଏସି ସମେତ ସମସ୍ତ ସଡ଼କ ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକୁ ଚିଠି ଜାରି ହୋଇଛି। ଯେଉଁଥିରେ ରାସ୍ତାକୁ ଅସୁରକ୍ଷିତ କରୁଥିବା ବାଲି, ମାଟି, ଅଳିଆ, ରାସ୍ତା ମରାମତି କିମ୍ବା ନିର୍ମାଣ କାମରେ ବ୍ୟବହାର ହେଇଥିବା ବଳକା ସାମଗ୍ରୀ ହଟାଇବାକୁ କୁହାଯାଇଛି।

ରାସ୍ତାରେ ଏସବୁ ପଡିବା ଦ୍ୱାରା ଗାଡ଼ି ଚକା ଖସିବାର ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବିଶେଷକରି ଦୁଇଚକିଆ ଚାଳକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇଥାଏ। ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ଏ ଦିଗରେ ସଂପୃକ୍ତ ସଂସ୍ଥା ଗୁଡ଼ିକ ଯତ୍ନବାନ ହେବାକୁ କୁହାଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୮(କ) ରେ ମଧ୍ୟ ଉଲ୍ଲେଖ ରହିଛି, ରାସ୍ତା ଡିଜାଇନ୍, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ମାନଦଣ୍ଡ ପାଳନ କରିବାରେ ବିଫଳତା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସମସ୍ତ ଏଜେନ୍ସିଙ୍କୁ ନିୟମିତ ଭାବେ ସଡ଼କ ପରିଷ୍କାର କରିବା, ବାଲି କିମ୍ବା ଅନ୍ୟ କିଛି ସାମଗ୍ରୀ ରାସ୍ତାରେ ରହିଲେ ତାକୁ ତୁରନ୍ତ ବାହାର କରିବାକୁ କୁହାଯାଇଛି। ଦୁର୍ଘଟଣାପ୍ରବଣ ସ୍ଥାନ, ସମ୍ବେଦନ ସଡ଼କ ଚିହ୍ନଟ କରି ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଜଣାଇବେ। ଦୁର୍ଘଟଣା ତଦନ୍ତ ସମୟରେ ଯେକୌଣସି ତ୍ରୁଟି ଦେଖାଗଲେ ତାହାକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.