ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ

0
  • ୪୦ ଦୋକାନ ପୋଡି ପାଉଁଶ
  • ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ
  • ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ଏକ ନମ୍ବର ହାଟ। ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଗଲା ୪୦ ରୁ ଅଧିକ ଦୋକାନ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ପ୍ରାୟ ରାତି ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢେ ଗୋଟାଏରେ ପ୍ରଥମେ ଫଳ ଦୋକାନରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ବ୍ୟାପିଥିଲା। ତେବେ ରାତି ତିନିଟା ପର୍ଯ୍ୟନ୍ତ ନିଆଁ ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ସୂଚନା ରହିଛି। ୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ତେବେ ନିଆଁ ଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ।

ପ୍ରଥମେ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗିଥିଲା। ସେଠାରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ଫାଟିଥିଲା। ଏଥିସହ ଏକ ଦୋନାରେ ଗ୍ୟାସ ଟାଙ୍କି ଥିବାରୁ ନିଆଁଲାଗି ତାହା ବି ଫାଟିଥିଲା। ଏକ ନମ୍ବର ହାଟରେ ପ୍ଲାଷ୍ଟିକ ଦୋକାନ ଥିବାରୁ ନିଆଁ ବ୍ୟାପିଚାଲିଥିଲା। ଗୋଟିଏ ଦୋକାନ ଲିଭିବା ବେଳେ ଆଉ ଗୋଟିଏ ଦୋକାନ ଜଳୁଥିଲା। ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା।

ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୩ଟି ଦମକଳ, ରୋବୋଟିକ ମନିଟର , ପ୍ରକ୍ସିମିଟି ସୁଟ, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା। ୭୦ଜଣ ଅଗ୍ନିଶମ କର୍ମଚାରୀ, ୧୦ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାର ଏସି କମ୍ପ୍ରେସର ଓ ଝରକା ଫାଟିଛି। ଅଗ୍ନିଶମ ଟିମ ପହଞ୍ଚିବା ପୂର୍ବରୁ ଜୋନ ୧ ଏସିପି, ଆଇଆଇସିଙ୍କ ସମେତ ୩୦ ଜଣ ପୋଲିସ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ। ହାଟକୁ ନିଆଁ ଲାଗିବା ପୂର୍ବରୁ ଥାନା ପଛ ପଟ ଦୋକାନ ଭାଙ୍ଗିବାରୁ ନିଆଁ ହାଟ ପଛ ପଟକୁ ବ୍ୟାପିଥିଲା।
ଅଗ୍ନିକାଣ୍ଡ ପରେ ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲାଏକ ନମ୍ବର ହାଟ। ହାଟ ଭିତର ଓ ବାହାର ବନ୍ଦ୍ ରହିଥିଲା। ଅଗ୍ନି ନିରାପତ୍ତା ସୁରକ୍ଷା ଯାଞ୍ଚ, ଦୁର୍ଘଟଣା ଜନିତ କ୍ଷୟ କ୍ଷତି ଆକଳନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡିଲେ ବନ୍ଦ ଅବଧି ବଢିବ ବୋଲି କହିଛନ୍ତି ବିଏମସି ମେୟର। ଏଥିସହ ଏସଓପିକୁ କଡାକଡି ଭାବେ ପାଳନ କରିବାକୁ ବ୍ଯବସାୟୀଙ୍କୁ ଅନୁରୋଧ କରିଛନ୍ତି ମେୟର।

Leave A Reply

Your email address will not be published.