ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ

0

ନୂଆଦିଲ୍ଲୀ; ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନୀତୀନ ନବୀନ। ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନୀତିନ ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପି କମାଣ ଧରିଛନ୍ତି। ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିକୁ ନୂତନ ସଭାପତି ମିଳିଛି।

ନିଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବିଦାୟୀ ଅଧ୍ୟକ୍ଷ ଜେପି ନଡ୍ଡା । ୪୫ ବର୍ଷୀୟ ନୀତିନ ନବୀନଙ୍କୁ ବିଜେପି ଦେଇଛି ଗୁରୁ ଦାୟିତ୍ବ। ଏହି ପଦବୀରେ ଥିବା ଦଳର ସର୍ବକନିଷ୍ଠ ନେତା ହୋଇଛନ୍ତି। ସେ ୨୦୨୦ ମସିହାରୁ ଏହି ପଦବୀରେ ଥିବା ଜେ.ପି. ନଡ୍ଡାଙ୍କ ସ୍ଥାନ ନେଇଛନ୍ତି। ନୀତିନ ନବୀନଙ୍କୁ ଅଧ୍ୟକ୍ଷ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ମୋଦି କହିଛନ୍ତି, ” ଗତ କିଛି ମାସ ଧରି ଦଳର ସବୁଠାରୁ ଛୋଟ ୟୁନିଟ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ପର୍ଯ୍ୟନ୍ତ ନେତାମାନଙ୍କୁ ଚୟନ କରିବା ସହିତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଭାରତୀୟ ଜନତା ପାର୍ଟିର ସମ୍ବିଧାନ ଆତ୍ମା ଏବଂ ପ୍ରତ୍ୟେକ ବ୍ୟବସ୍ଥାକୁ ଧ୍ୟାନରେ ରଖି ସମ୍ପୂର୍ଣ୍ଣ ଗଣତାନ୍ତ୍ରୀକ ଉପାୟରେ ନିତନ୍ତର ଚାଲିଛି। ଆଜି ଏହା ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଏହି ମହାନ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଭାରତୀୟ ଜନତା ପାର୍ଟିର ଗଣତାନ୍ତ୍ରୀକ ବିଶ୍ବାସ, ସାଗଂଠନକି ଅନୁଶାସନ ଏବଂ କର୍ମୀ କୈନ୍ଦ୍ରିକ ଆଭିମୁଖ୍ୟର ପ୍ରତୀକ। ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ମୁଁ ଦେଶବ୍ୟାପୀ ସମସ୍ତ ଦଳୀୟ କର୍ମୀଙ୍କୁ ମୋର ହୃଦୟର ସହତି ଅଭିନନ୍ଦନ ଜଣାଉଛି। ଯେତେବେଳେ ପାର୍ଟି କଥା ଆସେ ନୀତିନ ନବୀନ ହେଉଛନ୍ତି ବସ୍‌ ଏବଂ ମୁଁ ଜଣେ ଦଳୀୟ କର୍ମୀ। “

Leave A Reply

Your email address will not be published.