ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

0

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ। ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲା ଶିକ୍ଷାଧିକାରୀ। ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ୧ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶଜାରି କରାଯାଇଛି । ଜାନୁଆରୀ ମାସର ଦରମା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପାଢୀ।

ଏଥିରେ ବ୍ରହ୍ମଗିରି ବ୍ଲକ୍‌ର ୧ଟି ବିଦ୍ୟାଳୟ, ଡେଲାଙ୍ଗର ୩ଟି, ଗୋପର ୭ଟି, କଣାସର ୬ଟି, କାକଟପୁରର ୨ଟି, କୃଷ୍ଣପ୍ରସାଦର ୨ଟି, ନିମାପଡାର ୭ଟି, ପୁରୀ ସଦର ବ୍ଲକ୍‌ର ୯ଟି ଓ ସତ୍ୟବାଦୀ ବ୍ଲକ୍‌ର ଗୋଟିଏ ବିଦ୍ୟାଳୟ ରହିଛି। ସେହିଭଳି ସାପକାମୁଡା ଲାଗି ସଚେତନ କାର୍ଯ୍ୟକ୍ରମର (ୟୁସି) ଦେଇନଥିବା ୩୪ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି। ଡେଲାଙ୍ଗ ବ୍ଲକ୍‌ର ଗୋଟିଏ ବିଦ୍ୟାଳୟ, ଗୋପ ବ୍ଲକ୍‌ର ୪ଟି, କାକଟପୁରର ୫ଟି, କଣାସର ୫ଟି, କୃଷ୍ଣପ୍ରସାଦର ୩ଟି, ନିମାପଡ଼ାର ୭ଟି, ପିପିଲିର ଗୋଟିଏ ଓ ପୁରୀ ସଦର ବ୍ଳକ୍‌ର ୮ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି।

Leave A Reply

Your email address will not be published.