ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

0

ଭୁବନେଶ୍ୱର: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ମୁତାବକ ଗୁରୁବାର ଦିନ ୪,୫୭,୬୮୧ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ୩୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ନୂଆ ଭାବରେ ପଞ୍ଜୀକୃତ ହିତାଧିକାରୀଙ୍କ ସହିତ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀ ମାନେ ମଧ୍ୟ ଏହି ରାଶି ପାଇଛନ୍ତି।

୧,୭୮,୩୯୮ ଜଣ ନୂଆ ଭାବରେ ପଞ୍ଜୀକୃତ ମହିଳା ସେମାନଙ୍କର ପ୍ରଥମ କିସ୍ତି ୫,୦୦୦ ଟଙ୍କା ପାଇଥିବାବେଳେ ଯାଞ୍ଚ ସମସ୍ୟା ଯୋଗୁଁ ପୂର୍ବରୁ ବାଦ ପଡ଼ିଥିବା ୨,୫୫,୨୬୫ ଜଣ ମହିଳାଙ୍କୁ ପୁନଃ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ସମାଧାନ ଶୁଣାଣି ମାଧ୍ୟମରେ ସାମିଲ ହୋଇଥିବା ଅତିରିକ୍ତ ୨୪,୦୧୮ ଜଣ ହିତାଧିକାରୀ ମଧ୍ୟ ଉପକୃତ ହୋଇଛନ୍ତି।

Leave A Reply

Your email address will not be published.