ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

0

ନୂଆଦିଲ୍ଲୀ: କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଛି ଅଶୋକ ଚକ୍ର। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ସ୍ପେଶ ଫ୍ଲାଇଟ ସହ ଯୋଡ଼ି ହୋଇଛି ଅଶୋକ ଚକ୍ର। ପ୍ରଥମଥର ପାଇଁ ଜଣେ ଏୟାର ଫୋର୍ସ ଅଫିସରଙ୍କୁ ନିଜର ସ୍ପେଶ ମିଶିନ ଯୋଗୁ ଦିଆଯାଇଛି ଅଶୋକ ଚକ୍ର। ଶୁକ୍ଳା ହେଉଛନ୍ତି ଜଣେ ଦକ୍ଷଣ ପାଇଲଟ ଓ ଭାରତର ଅନ୍ୟତମ ଜଣାଶୁଣା ମହାକାଶଚାରୀ। ସେ ଭାରତର ମାନବ ସ୍ପେଶ ଫ୍ଲାଇଟ କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳିଛନ୍ତି। ମାଇକ୍ରୋ ଗ୍ରାଭିଟୀ ଓ ଅର୍ବିଟ ପରିବେଶରେ କାମ କରିବାକୁ ଶ୍ରୀ ଶୁକ୍ଳା ତାଲିମପ୍ରାପ୍ତ।

୨୦୨୫ ଜୁନ୍‌ରେ ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ(୪୧) ଆକ୍ସିଓମ୍‌-୪ ମିଶନରେ ମହାକାଶ ଯାତ୍ରା କରିଥିଲେ। ୧୯୮୪ରେ ରୁଷୀୟ ସୋୟୁଜ୍‌ ମହାକାଶଯାନରେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିବାବେଳେ ୪୧ ବର୍ଷର ବ୍ୟବଧାନରେ ଏହି କ୍ଷେତ୍ରରେ ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଭାରତୀୟ ବାୟୁସେନା (ଆଇଏଏଫ୍‌) ପାଇଲଟ ଶୁଭାଂଶୁ ଆଇଏସ୍‌ଏସ୍‌ରେ ୧୮ ଦିନ ବିତାଇଥିଲେ। ସୁଖୋଇ, ମିଗ୍‌-୨୧, ଜାଗୁଆର ସମେତ ବିଭିନ୍ନ ଏୟାରକ୍ରାଫ୍ଟରେ ତାଙ୍କ ୨,୦୦୦ ଘଣ୍ଟାର ଉଡ଼ାଣ ଅନୁଭୂତି ରହିଛି। ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଶୁଭାଂଶୁଙ୍କ ଅବାଦନକୁ ସ୍ବୀକୃତି ପ୍ରଦାନ ପୂର୍ବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଅଶୋକ ଚକ୍ର ସମ୍ମାନ ଦେଇଛନ୍ତି। ଶୁଭାଂଶୁ ଲକ୍ଷ୍ନୌରେ ୧୯୮୫ ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.