ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

0

ନୂଆଦିଲ୍ଲୀ: କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ। ଯେଉଁଥିରେ ପରମ୍ପରାରୁ ପ୍ରଗତି ଆତ୍ମନିର୍ଭର ଭାରତ ବାର୍ତ୍ତା ଦେଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ। ଏଥିରେ କୋରାପୁଟ କଫି, ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର, ତାରକସି ଓ ପଟ୍ଟଚିତ୍ର କାର୍ଯ୍ୟ ପ୍ରଦର୍ଶିତ କରାଯାଇଥିଲା। ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି। ବାୟୁ ଯୋଦ୍ଧାଙ୍କ ପକ୍ଷରୁ ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଛି। ଅପରେଶନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ ପ୍ରଦର୍ଶିତ କରାଯାଇଛି।

ଏହାସହ ବିଭିନ୍ନ ରାଜ୍ୟ ଏବଂ ମନ୍ତ୍ରଣାଳୟ ପକ୍ଷରୁ କର୍ତ୍ତବ୍ୟ ପଥରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଛି। ଏଥିରେ ସାମିଲ ହୋଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଦର୍ଶାଉଛି। ପ୍ରଜ୍ଞାପନ ମେଢ଼ରେ କୋରାପୁଟ କଫି ଓ କୋଣାର୍କ ମନ୍ଦିରର ଝଲକ ରହିଛି। ମହିଳାଙ୍କ ନେତୃତ୍ୱ ଓ ସେମି କଣ୍ଡକ୍ଟର ଚିପ ଦର୍ଶାଯାଇଛି। ଏହାସହ ପଟ୍ଟଚିତ୍ର ଓ ତାରକସି କାମକୁ ପ୍ରଜ୍ଞାପନ ମେଢ଼ରେ ଦେଖାଯାଇଛି।

ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିଛି। ଏହି ପରେଡ ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବରେ ଭରିଯାଇଛି। ସାମରିକ ପରେଡ ସହିତ ରାଜ୍ୟ ଏବଂ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ ଗୁଡିକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି। ଏହି ପରେଡ ଆଧୁନିକ ଭାରତ, ଏକ ବିକାଶଶୀଳ ଭାରତ ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଛି।

ଏଥର ସାଧାରଣତନ୍ତ୍ର ଦିବସରେ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି। ପରେଡ ଆରମ୍ଭ ହେବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave A Reply

Your email address will not be published.