ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଟ୍ରକ୍‌-କାର ମୁହାଁମୁହିଁ ଧକ୍କା

0

ନ୍ୟୁଜ୍ ବ୍ୟୁରୋ: ଚିକିତ୍ସା ପାଇଁ ରୋଗୀକୁ ଡାକ୍ତରଖାନା ନେବା ବେଳେ ଜାତୀୟ ରାଜପଥରେ କାର ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ଚାଲିଗଲା ୨ ଜୀବନ। ଏହି ଦୁର୍ଘଟଣାରେ ଆଉ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଆଜି ଭୋର ସମୟରେ ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୁନପୂରମରୁ ୭ ଜଣ ବ୍ୟକ୍ତି ଏକ କାରରେ ଶ୍ରୀକାକୁଲମକୁ ଯାଉଥିବାବେଳେ ରାଜପଥ ଉପରେ ଅଟକିଥିବା ଏକ ଆଇଚର ଭ୍ୟାନରେ କାରଟି ଧକ୍କା ହୋଇଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଡାଲିଆ (୪୬) ଓ ମୋହିନାମ୍ମା (୫୦) ବୋଲି ଜଣାପଡିଛି। ମୃତାହତମାନେ ଓଡ଼ିଶାର। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଟେକାଲି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.