ତାମିଲନାଡୁ: ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍ ଗାର୍ଡେନ ଅଞ୍ଚଳରେ ଥିବା ବାସଭବନ ‘ବେଦ ନିଳୟମ୍’କୁ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆୟକର ବିଭାଗ କହିଛି ଯେ ‘ବେଦ ନିଳୟମ୍’ ଉପରେ ଆୟକର, ସମ୍ପତ୍ତି କର ଓ ସୁଧ ବାବଦକୁ ମୋଟ ୧୩.୬୯ କୋଟି ଟଙ୍କା ବକେୟା ରହିଛି। ଯଦି ଏହି ବକେୟା ଟିକସ ଜୟଲଳିତାଙ୍କ କୌଣସି ଉତ୍ତରାଧିକାରୀ ପୈଠ ନକରନ୍ତି, ତେବେ ବାସଭବନକୁ ନିଲାମ କରାଯିବ। ଏହି ସୂଚନା ଆୟକର ବିଭାଗ ମାଡ୍ରାସ ହାଇକୋର୍ଟକୁ ଜଣାଇଛି। ଜୟଲଳିତାଙ୍କ ଝିଆରୀ ଜେ. ଦୀପା ଆୟକର ବିଭାଗ ଧାର୍ଯ୍ୟ କରିଥିବା ଟିକସକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ। ସେହି ମାମଲାର ଶୁଣାଣି ସମୟରେ ଆୟକର ବିଭାଗ ଏହି ମତ ରଖିଛି।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା