ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସଂସଦ ଭବନକୁ ବୋମାରେ ଉଡ଼ାଇଦେବାକୁ ଧମକ

0

ଦିଲ୍ଲୀରେ ହାଇଆଲର୍ଟ ଜାରି

ନୂଆ ଦିଲ୍ଲୀ: ସଂସଦ ଭବନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୩ ତାରିଖ ରାତି ୧ଟା ୧୧ ମିନିଟରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି। ସଂସଦ ଭବନ ସହିତ ଦିଲ୍ଲୀର ୯ଟି ସ୍କୁଲକୁ ମଧ୍ୟ ବୋମା ଧମକ ଆସିଥିବା ସୂଚନା ମିଳିଛି। ଏହି ଧମକ ଏକ ଇ-ମେଲ୍ ମାଧ୍ୟମରେ ପଠାଯାଇଥିବା ବେଳେ, ମେଲ୍‌ରେ ‘ଖଲିସ୍ତାନ’ ନାଁ ଉଲ୍ଲେଖ ରହିଛି ଏବଂ ଦିଲ୍ଲୀକୁ ଖଲିସ୍ତାନ କରିବା କଥା ମଧ୍ୟ ଲେଖାଯାଇଛି।

ବୋମା ଧମକ ପରେ ଦିଲ୍ଲୀ ପୁଲିସ, ଅଗ୍ନିଶମ ବିଭାଗ ଏବଂ ବମ୍ ସ୍କ୍ୱାଡ୍ ସକ୍ରିୟ ହୋଇଯାଇଛନ୍ତି। ସଂସଦ ଭବନ ଓ ସ୍କୁଲଗୁଡ଼ିକରେ ତନ୍ନତନ୍ନ ଯାଞ୍ଚ ଚାଲିଛି। ସମଗ୍ର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଧମକ ପଛରେ କିଏ ରହିଛି ଓ ଏହା ସତ୍ୟ କି ଗୋଟିଏ ଭୁଲ୍ ଧମକ ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Leave A Reply

Your email address will not be published.