ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଂସଦ ଭବନକୁ ବୋମାରେ ଉଡ଼ାଇଦେବାକୁ ଧମକ

0

ଦିଲ୍ଲୀରେ ହାଇଆଲର୍ଟ ଜାରି

ନୂଆ ଦିଲ୍ଲୀ: ସଂସଦ ଭବନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୩ ତାରିଖ ରାତି ୧ଟା ୧୧ ମିନିଟରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି। ସଂସଦ ଭବନ ସହିତ ଦିଲ୍ଲୀର ୯ଟି ସ୍କୁଲକୁ ମଧ୍ୟ ବୋମା ଧମକ ଆସିଥିବା ସୂଚନା ମିଳିଛି। ଏହି ଧମକ ଏକ ଇ-ମେଲ୍ ମାଧ୍ୟମରେ ପଠାଯାଇଥିବା ବେଳେ, ମେଲ୍‌ରେ ‘ଖଲିସ୍ତାନ’ ନାଁ ଉଲ୍ଲେଖ ରହିଛି ଏବଂ ଦିଲ୍ଲୀକୁ ଖଲିସ୍ତାନ କରିବା କଥା ମଧ୍ୟ ଲେଖାଯାଇଛି।

ବୋମା ଧମକ ପରେ ଦିଲ୍ଲୀ ପୁଲିସ, ଅଗ୍ନିଶମ ବିଭାଗ ଏବଂ ବମ୍ ସ୍କ୍ୱାଡ୍ ସକ୍ରିୟ ହୋଇଯାଇଛନ୍ତି। ସଂସଦ ଭବନ ଓ ସ୍କୁଲଗୁଡ଼ିକରେ ତନ୍ନତନ୍ନ ଯାଞ୍ଚ ଚାଲିଛି। ସମଗ୍ର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଧମକ ପଛରେ କିଏ ରହିଛି ଓ ଏହା ସତ୍ୟ କି ଗୋଟିଏ ଭୁଲ୍ ଧମକ ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Leave A Reply

Your email address will not be published.