ପ୍ରମୁଖ ଖବର

ଗାନ୍ଧି ପରିବାରକୁ ନେଇ ପୋଷ୍ଟ, କଙ୍ଗନାଙ୍କ ନାଁରେ ମାମଲା
ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକା ଯୌନ ନିର୍ଯାତନା ଓ ମାଡ଼ ମାରିବାର ଅଭିଯୋଗ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନିକଟତର: ଜୟଶଙ୍କର
ଓଡ଼ିଶାକୁ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର, ବଲାଙ୍ଗୀରରେ ଶିବରାଜଙ୍କ ଘୋଷଣା
ଢେଙ୍କାନାଳ ମେଡିକାଲ୍‌ର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍, ୧୦ ଲକ୍ଷ ଜରିମାନା

0

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷାକୁ ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କପି ରୋକିବା ପାଇଁ ପ୍ରଥମ ଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏଆଇ କ୍ୟାମେରା ବ୍ୟବହାର କରାଯିବ। ପ୍ରଶ୍ନପତ୍ରରେ କ୍ୟୁଆର କୋଡ୍ ରହିବ, ଯାହା ମାଧ୍ୟମରେ ପ୍ରଶ୍ନପତ୍ରର ସତ୍ୟତା ଯାଞ୍ଚ କରାଯିବ।

ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷା ସମୟରେ କପି କିମ୍ବା କପିରେ ସାହାଯ୍ୟ କଲେ ୫ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହୋଇପାରେ। ଚଳିତ ବର୍ଷ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଛନ୍ତି। ସମଗ୍ର ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ମାଧ୍ୟମରେ ନଜର ରଖାଯିବ।

Leave A Reply

Your email address will not be published.