ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

0

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଥିଓରୀ ପରୀକ୍ଷା ଆସନ୍ତା ୧୮ରୁ ଆରମ୍ଭ ହେବ। ଶୁକ୍ରବାରଠାରୁ ପ୍ରଶ୍ନପତ୍ର ପରିଷଦ ମୁଖ୍ୟାଳୟରୁ ୩୦ ଜିଲାରେ ଥିବା ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ। ବସ୍‌ରେ ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପ୍ରଥମଥର ପ୍ରଶ୍ନପତ୍ର ଯାଉଥିବା ବସ୍‌ରେ ଜିପିଏସ୍‌ ଲଗାଯାଇଛି। ଆସନ୍ତା ୧୬ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ସମସ୍ତ ୨୧୧ ହବ୍‌ରେ ପହଞ୍ଚିବ। ମାର୍ଚ୍ଚ ୪ରୁ ୬ ଯାଏ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍‌’ ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ।

ସଶସ୍ତ୍ର ପୁଲିସ ସହ ସିସି କ୍ୟାମେରା ଏବଂ ଏଆଇ ଜରିଆରେ ପ୍ରଶ୍ନପତ୍ର ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ପରିଷଦ ମୁଖ୍ୟାଳୟ ସହ ସବୁ ହବ୍‌ର କ୍ୟାମେରା ଓ ଏଆଇକୁ ସଂଯୋଗ କରାଯାଇଛି।ପ୍ରଶ୍ନପତ୍ର ଓ ଉତ୍ତରଖାତା ପ୍ୟାକେଟ୍‌ ପରିବହନ ବେଳେ ସଶସ୍ତ୍ର ପୁଲିସ ମୁତୟନ ହେବେ। ପରୀକ୍ଷା ଦିନ ୧୩୫୭ ପରୀକ୍ଷା କେନ୍ଦ୍ର ଓ ୭ଟି ଉପକେନ୍ଦ୍ରକୁ ମିଶାଇ ମୋଟ ୧୩୬୪ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ହବ୍‌ରୁ ପ୍ରଶ୍ନପତ୍ର ପରୀକ୍ଷା ଦିନ ସୁରକ୍ଷା ବଳୟରେ ପୂର୍ବାହ୍ଣ ୮ଟା୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ। ପୂର୍ବାହ୍ଣ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ଧାର୍ଯ୍ୟ ନିୟମ ମୁତାବକ ଖୋଲାଯିବ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ

ଚଳିତ ବର୍ଷ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ୧୩୬୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ କିମ୍ବ​‌ା ବରିଷ୍ଠ ଅଧ୍ୟାପକ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ପରୀକ୍ଷା ପରିଚାଳନା ହବ୍‌ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ୨୪ ଘଣ୍ଟିଆ ସିସି କ୍ୟାମେରା ସହ ଜିଲା ପ୍ରଶାସନ ପକ୍ଷରୁ ପୁଲିସ ପହରା ବ୍ୟବସ୍ଥା କରାଯାଇଛି। ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେନି। ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ। ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍‌ ସିଲ୍‌ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ।

Leave A Reply

Your email address will not be published.