ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ମହାରାଷ୍ଟ୍ରରେ ଭୁଶୁଡ଼ିଲା ମେଟ୍ରୋ ପିଲାର; ଜଣେ ମୃତ, ୩ ଆହତ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ମୁମ୍ବାଇର ମୁଲୁଣ୍ଡ (ପଶ୍ଚିମ) ଅଞ୍ଚଳରେ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଲବିଏସ୍ ରୋଡ୍‌ରେ ନିର୍ମାଣାଧୀନ ମେଟ୍ରୋ ପିଲାରର ଗୋଟିଏ ଅଂଶ ହଠାତ୍ ଭାଙ୍ଗିପଡ଼ି ତଳେ ଯାଉଥିବା ଗାଡ଼ିଗୁଡ଼ିକୁ ଚାପି ଦେଇଥିଲା। ଏକ ଅଟୋ-ରିକ୍ସା ଉପରେ ମଧ୍ୟ ପିଲାରର ଅଂଶ ପଡ଼ିଥିବାରୁ ଗୁରୁତର ହାନି ଘଟିଛି।
ସୂଚନା ଅନୁସାରେ, ଦୁପର ପ୍ରାୟ ୧୨.୨୦ ସମୟରେ ଜନସନ୍ ଆଣ୍ଡ ଜନସନ୍ କାରଖାନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଅଟୋରେ ଥିବା ଯାତ୍ରୀମାନେ ଉତ୍ତର ପ୍ରଦେଶର ଜୌନପୁର ଅଞ୍ଚଳର ବସିନ୍ଦା ଓ ପର୍ଯ୍ୟଟକ ଭାବେ ମୁମ୍ବାଇ ଆସିଥିବା ଜଣାପଡ଼ିଛି। ଘଟଣାରେ ରାମଧନ ଯାଦବ (୫୫)ଙ୍କ ମୃତ୍ୟୁ ଘଟିଥିବାବେଳେ ବବଲୁ ଯାଦବ (୨୫) ଓ ମହେନ୍ଦ୍ର ଯାଦବ (୩୦) ସହ ଆଉ ଜଣେ ମିଶି ମୋଟ ୩ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ମୁମ୍ବାଇ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ସେବା ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.