ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ

0

ଗୁଜରାଟ: ଭାରତର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (CBDC) ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ ଆଜି ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ କରାଯାଇଛି। ଏହି ପଦକ୍ଷେପକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରୀୟ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା।

ନିଜ ଅଭିଭାଷଣରେ ଶ୍ରୀ ଶାହା କହିଛନ୍ତି ଯେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଯୋଜନା ମାଧ୍ୟମରେ ଦେଶରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ସମ୍ଭବ ହୋଇଥିଲା। ସେହିପରି ଡିଜିଟାଲ୍ ମୁଦ୍ରା ଆଧାରିତ ଏହି ନୂତନ ବ୍ୟବସ୍ଥାରେ ସାଧାରଣ ବଣ୍ଟନ ପ୍ରଣାଳୀରେ କୌଣସି ଅନିୟମିତତା ସୃଷ୍ଟି ହେବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

କଂଗ୍ରେସ ଦଳକୁ ସମାଲୋଚନା କରି ସେ କହିଛନ୍ତି, ପୂର୍ବତନ କଂଗ୍ରେସ ସରକାର ବର୍ଷକୁ ଗୋଟିଏଥର କୃଷକମାନଙ୍କୁ ରିହାତି ଦେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଛଲା ୧୦ ବର୍ଷ ଧରି ପ୍ରତିବର୍ଷ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି।
ଗୁଜରାଟ ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଖାଦ୍ୟ ଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା। ଏହା ସହିତ ରାଜ୍ୟର ଖାଦ୍ୟ ସୁରକ୍ଷା ନେଟୱାର୍କକୁ ସୁଦୃଢ କରିବା ପାଇଁ ଶସ୍ୟ ଏଟିଏମ୍‌ ଏବଂ ସ୍ୱତନ୍ତ୍ର ପୁଷ୍ଟିସାଧନ ଅଭିଯାନର ମଧ୍ୟ ପ୍ରଚଳନ କରାଯାଇଛି।

Leave A Reply

Your email address will not be published.