ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ

0

ଗୁଜରାଟ: ଭାରତର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (CBDC) ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ ଆଜି ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ କରାଯାଇଛି। ଏହି ପଦକ୍ଷେପକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରୀୟ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା।

ନିଜ ଅଭିଭାଷଣରେ ଶ୍ରୀ ଶାହା କହିଛନ୍ତି ଯେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଯୋଜନା ମାଧ୍ୟମରେ ଦେଶରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ସମ୍ଭବ ହୋଇଥିଲା। ସେହିପରି ଡିଜିଟାଲ୍ ମୁଦ୍ରା ଆଧାରିତ ଏହି ନୂତନ ବ୍ୟବସ୍ଥାରେ ସାଧାରଣ ବଣ୍ଟନ ପ୍ରଣାଳୀରେ କୌଣସି ଅନିୟମିତତା ସୃଷ୍ଟି ହେବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

କଂଗ୍ରେସ ଦଳକୁ ସମାଲୋଚନା କରି ସେ କହିଛନ୍ତି, ପୂର୍ବତନ କଂଗ୍ରେସ ସରକାର ବର୍ଷକୁ ଗୋଟିଏଥର କୃଷକମାନଙ୍କୁ ରିହାତି ଦେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଛଲା ୧୦ ବର୍ଷ ଧରି ପ୍ରତିବର୍ଷ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି।
ଗୁଜରାଟ ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଖାଦ୍ୟ ଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା। ଏହା ସହିତ ରାଜ୍ୟର ଖାଦ୍ୟ ସୁରକ୍ଷା ନେଟୱାର୍କକୁ ସୁଦୃଢ କରିବା ପାଇଁ ଶସ୍ୟ ଏଟିଏମ୍‌ ଏବଂ ସ୍ୱତନ୍ତ୍ର ପୁଷ୍ଟିସାଧନ ଅଭିଯାନର ମଧ୍ୟ ପ୍ରଚଳନ କରାଯାଇଛି।

Leave A Reply

Your email address will not be published.