ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

0

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ। ଏହା ପୂର୍ବରୁ ଆଜି ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ। ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ। ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି। ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି। ୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି। ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ।

୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ। ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ। ୨୦୨୫-୨୬ (ଅଗ୍ରୀମ ଆକଳନ) ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ। ଜାତୀୟ ଅବଦାନ ୧୬.୮% ଥିବାବେଳେ ରାଜ୍ୟର ଅବଦାନ ୧୯.୬% ରହିଛି।

ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦର ମୂଲ୍ୟ ୯.୯ ଲକ୍ଷ କୋଟିକୁ ପହଞ୍ଚିବ ବୋଲି ଅନୁମାନ କରାଯାଇଥିବାବେଳେ ପୂର୍ବବର୍ଷ ତୁଳନାରେ ଏହାରେ ୯.୫ ପ୍ରତିଶତ ବୃଦ୍ଧି ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବାସ୍ତବିକ ବୃଦ୍ଧି ହାର ୭.୯ ପ୍ରତିଶତ ରହିବାର ପରିକଳ୍ପନା ରହିଛି, ଯାହା ଜାତୀୟ ହାର ୭.୪ ପ୍ରତିଶତ ଠାରୁ ଅଧିକ। ରାଜ୍ୟର ମୁଣ୍ଡ ପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ସହ ୧,୮୬,୭୬୧କୁ ପହଞ୍ଚିଛି। ଜାତୀୟ ହାର ୬.୯ ପ୍ରତିଶତ ଥିବାବେଳେ ଓଡ଼ିଶାର ଆୟ ବୃଦ୍ଧି ହାର ଅଧିକ ରହିଛି। ସେହିପରି ୧୫ ବର୍ଷ ଊର୍ଦ୍ଧ୍ୱ ଜନସଂଖ୍ୟା ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୨୨ର ୫୮.୧ ପ୍ରତିଶତରୁ ୨୦୨୪ରେ ୬୪.୫ ପ୍ରତିଶତକୁ ବଢ଼ିଛି। ବିଶେଷକରି ମହିଳାଙ୍କ ଅଂଶଗ୍ରହଣ ୩୭.୬ ପ୍ରତିଶତରୁ ବୃଦ୍ଧି ପାଇ ୪୮.୭ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରକୁ ଅତିକ୍ରମ କରିଛି।

Leave A Reply

Your email address will not be published.