ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱରରେ ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍

0

ଭୁବନେଶ୍ବର: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଏଆଇ। ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ଏକ ବିଶାଳ ସ୍କାଏୱାକ୍‌। ବୁଧବାର ଏନଏଚଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଏହି ସ୍କାଏୱାକ୍‌ର ଲମ୍ବ ୫୦୦ ମିଟର ହେବ ଏବଂ ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା। ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ କମାଇବାକୁ କେନ୍ଦ୍ର ସଡକ କର୍ତ୍ତୃପକ୍ଷ ବଡ ପଦକ୍ଷେପ ନେଇଛି। ପଳାଶୁଣି-ରସୁଲଗଡ଼ ଛକ ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା। ଏହି ଏଲିଭେଟେଡ୍ କରିଡର ନିର୍ମାଣ ହେବା ଫଳରେ ପଥଚାରୀମାନେ ଭାରି ଯାନବାହନ ଚଳାଚଳ କରୁଥିବା ରାସ୍ତା ଉପରେ ନଯାଇ ସୁରକ୍ଷିତ ଭାବେ ଯାଇପାରିବେ।

ରାସ୍ତା ଉପରେ ପଥଚାରୀଙ୍କ ଭିଡ଼ କମିବା ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ ଏବଂ ଟ୍ରାଫିକ୍ ଜାମ୍ ସମସ୍ୟାରୁ ମୁକ୍ତି ମିଳିବ। ଏହି ପଥଚାରୀ ପଥରେ ଉପଯୁକ୍ତ ଆଲୋକୀକରଣ ଓ ଅନ୍ୟାନ୍ୟ ସୁବିଧା ରହିବ, ଯାହା ସ୍ଥାନୀୟ ବାସିନ୍ଦା ଓ ଦୈନିକ ଯାତ୍ରୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ।

Leave A Reply

Your email address will not be published.