ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜ୍ୟରେ ବଢିବ ‘ଆମ ବସ୍’ ସେବା, ଆଉ ୬୦୦ ଇ-ବସ୍ କିଣିବେ ସରକାର

0

ଭୁବନେଶ୍ବର: ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟ୍‌ରେ ୪୨୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ସହ ରାଜ୍ୟରେ ଚାଲୁଥିବା ‘ଆମ ବସ୍’ ସେବାରେ ଆଉ ୬୦୦ଟି ନୂତନ ଇ-ବସ୍ ସାମିଲ କରାଯିବାକୁ ଯୋଜନା ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ମଧ୍ୟ ରାଜ୍ୟକୁ ଆଉ ୪୦୦ଟି ଇ-ବସ୍ ମିଳିବା ସମ୍ଭାବନା ରହିଛି। ଏହା ଫଳରେ ସହରାଞ୍ଚଳରେ ପରିବେଶବନ୍ଧବ ଓ ସୁବିଧାଜନକ ପରିବହନ ସେବା ବ୍ୟାପକ ହେବ।

ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପରିଚାଳିତ ‘ଆମ ବସ୍’ ସେବା ଦୈନିକ ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଛି। ଅଧିକ ସଂଖ୍ୟକ ଇ-ବସ୍ ଯୋଡ଼ାଯାଇଲେ ସେବାର କ୍ଷେତ୍ରଫଳ ବଢ଼ିବା ସହ ଯାତ୍ରୀମାନେ ଆହୁରି ସୁବିଧା ପାଇବେ।

Leave A Reply

Your email address will not be published.