ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ରାଜ୍ୟରେ ବଢିବ ‘ଆମ ବସ୍’ ସେବା, ଆଉ ୬୦୦ ଇ-ବସ୍ କିଣିବେ ସରକାର

0

ଭୁବନେଶ୍ବର: ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟ୍‌ରେ ୪୨୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ସହ ରାଜ୍ୟରେ ଚାଲୁଥିବା ‘ଆମ ବସ୍’ ସେବାରେ ଆଉ ୬୦୦ଟି ନୂତନ ଇ-ବସ୍ ସାମିଲ କରାଯିବାକୁ ଯୋଜନା ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ମଧ୍ୟ ରାଜ୍ୟକୁ ଆଉ ୪୦୦ଟି ଇ-ବସ୍ ମିଳିବା ସମ୍ଭାବନା ରହିଛି। ଏହା ଫଳରେ ସହରାଞ୍ଚଳରେ ପରିବେଶବନ୍ଧବ ଓ ସୁବିଧାଜନକ ପରିବହନ ସେବା ବ୍ୟାପକ ହେବ।

ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପରିଚାଳିତ ‘ଆମ ବସ୍’ ସେବା ଦୈନିକ ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଛି। ଅଧିକ ସଂଖ୍ୟକ ଇ-ବସ୍ ଯୋଡ଼ାଯାଇଲେ ସେବାର କ୍ଷେତ୍ରଫଳ ବଢ଼ିବା ସହ ଯାତ୍ରୀମାନେ ଆହୁରି ସୁବିଧା ପାଇବେ।

Leave A Reply

Your email address will not be published.