ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ଡାକ୍ତର ଦତ୍ତେଶ୍ୱର ହୋତା ଓ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ଦଳ ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଆୟୋଜିତ ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନାମଗୁଡ଼ିକୁ ଅନୁମୋଦନ କରିଥିଲେ। ସଂତୃପ୍ତ ମିଶ୍ର ତୃତୀୟ ଆସନ ଏବଂ ଡାକ୍ତର ହୋତା ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟରେ ଚାରିଟି ଆସନ ଖାଲି ହେଉଥିବାରୁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ।
ପ୍ରାର୍ଥୀ ଘୋଷଣା ପରେ ସଂତୃପ୍ତ ମିଶ୍ର ଦଳ ନେତୃତ୍ୱକୁ କୃତଜ୍ଞତା ଜଣାଇ ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠା ଓ ସମର୍ପଣ ସହ ପାଳନ କରିବେ ବୋଲି କହିଛନ୍ତି। କର୍ପୋରେଟ୍ କ୍ଷେତ୍ରରେ ଦୀର୍ଘ ଅନୁଭବ ରଖୁଥିବା ସଂତୃପ୍ତ ମିଶ୍ର ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ କାର୍ଯ୍ୟରତ ଅଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ୟୁରୋଲୋଜି କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ଅନୁଭବସମ୍ପନ୍ନ ଚିକିତ୍ସକ। ସେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ଦାୟିତ୍ୱ ନିଭାଇଥିଲେ।
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା