କଟକ: ଓଡ଼ିଶାର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବଡ଼ ଖୁସିର ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ୨୦୨୬-୨୭ ପାଇଁ ବିସିସିଆଇର ଖେଳସୂଚୀ ଅନୁସାରେ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ୩ଟି ଟି-୨୦ ଓ ୩ଟି ଏକଦିନିଆ ମ୍ୟାଚ୍ ଖେଳିବ। ଏହାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଆୟୋଜିତ ହେବ।
ପ୍ରଥମ ମ୍ୟାଚ୍ ରାଜକୋଟରେ ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ଦୀର୍ଘ ସମୟ ପରେ ବାରବାଟୀରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ୨୦୧୭ରେ ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ଭାରତ ୯୩ ରନ୍ରେ ଜିତିଥିଲା। ବାରବାଟୀରେ ଏହି ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଥିବାରୁ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।