ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜେୱାରରେ ନୋଏଡା ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଶୁଭାରମ୍ଭ

0

ଉତ୍ତର ଭାରତର ବିମାନ ଯାତାୟାତକୁ ମିଳିଲା ନୂଆ ଦିଗ

ନୋଏଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି। ଜୁରିଚ୍ ବିମାନବନ୍ଦର ଇଣ୍ଟରନ୍ୟାସନାଲ୍ ଏଜି ଦ୍ୱାରା ବିକଶିତ ଏହି ପ୍ରକଳ୍ପ ଉତ୍ତର ଭାରତର ବଢ଼ୁଥିବା ବିମାନ ଯାତାୟାତ ଚାପ କମେଇବାରେ ଏକ ମୁଖ୍ୟ ପଦକ୍ଷେପ ବୋଲି ମନେ କରାଯାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଏହା ଏହି ଅଞ୍ଚଳର ଦ୍ୱିତୀୟ ପ୍ରମୁଖ ବିମାନ ଗେଟୱେ ଭାବେ ପରିଚିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତିବର୍ଷ ପ୍ରାୟ ୧୨ ନିୟୁତ ଯାତ୍ରୀ ପରିଚାଳନା କ୍ଷମତା ରହିଥିବା ବେଳେ, ଭବିଷ୍ୟତରେ ଏହାକୁ ୭୦ ନିୟୁତ ପର୍ଯ୍ୟନ୍ତ ବିସ୍ତାର କରିବା ଯୋଜନା ରହିଛି।

୩,୯୦୦ ମିଟର ଦୀର୍ଘ ରନୱେ ଓ ଆଧୁନିକ ସୁବିଧାସମ୍ପନ୍ନ ବିମାନବନ୍ଦରଟି ନୋଏଡା, ଗ୍ରେଟର ନୋଏଡା ଓ ପଶ୍ଚିମ ଉତ୍ତର ପ୍ରଦେଶର ଯାତାୟାତ ବ୍ୟବସ୍ଥାକୁ ନୂଆ ଗତି ଦେବ। ଉଦ୍ଘାଟନ ପରେ ୪୫ ଦିନରୁ ୨ ମାସ ମଧ୍ୟରେ ଦେଶୀୟ ବିମାନ ସେବା ଆରମ୍ଭ ହେବାକୁ ସମ୍ଭାବନା ରହିଛି। ଇଣ୍ଡିଗୋ, ଆକାସା ଏୟାର ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ପର୍ଯ୍ୟାୟରେ ସେବା ଆରମ୍ଭ କରିବେ। ପ୍ରାୟ ୧୧,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଉତ୍ତର ଭାରତର ଆର୍ଥିକ ଓ ପରିବହନ ଢାଞ୍ଚାକୁ ଆହୁରି ସୁଦୃଢ କରିବାରେ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।

Leave A Reply

Your email address will not be published.