ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ

0

ମୁମ୍ବାଇ: ମୁମ୍ବାଇ ନିକଟବର୍ତ୍ତୀ ଭାୟନ୍ଦର ପୂର୍ବ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଇନ୍ଦ୍ରଲୋକ ପୁଲିସ୍ ଷ୍ଟେସନ୍ ନିକଟରେ ଥିବା ଲୋଧା କମ୍ପ୍ଲେକ୍ସ ପଛପଟେ ଥିବା ଏକ ବେଆଇନ ବସ୍ତିରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଶୀଘ୍ର ଭାବେ ପାଖପାଖି ଘରଗୁଡ଼ିକୁ ବ୍ୟାପିଯାଇଥିବାବେଳେ ଘରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରଗୁଡ଼ିକ ପର୍ଯ୍ୟାୟକ୍ରମେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଫଳରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇଁ ସହସ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିପଡ଼ିଥିଲେ। ଜଟିଳ ପରିସ୍ଥିତି ସତ୍ତ୍ୱେ ଅଗ୍ନିଶମ କର୍ମୀମାନେ ୨୯ଟି ଗ୍ୟାସ ସିଲିଣ୍ଡରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିପାରିଥିଲେ, ଯାହା ଆଉ ବଡ଼ ଦୁର୍ଘଟଣାକୁ ରୋକିଦେଇଛି। ସିଲିଣ୍ଡର ବିସ୍ଫୋରଣରେ ଅନେକ ଟିନ୍ ଶେଡ଼ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ସହିତ କିଛି ଯାନବାହନ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.