ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଶନିବାର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କ ଦକ୍ଷିଣ କୋଲକାତାର ନକତଲା ନିବାସରେ ପୁଣିଥରେ ଚଢ଼ାଉ କରିଛି। କେନ୍ଦ୍ରୀୟ ସୁରକ୍ଷା ବଳ ସହ ଟିମ୍ ସକାଳୁ ଘରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଶିକ୍ଷକ ନିଯୁକ୍ତି ଘୋଟାଲା ସମ୍ପର୍କିତ ମାମଲାରେ ଚାଟର୍ଜୀଙ୍କୁ ପୁଣିଥରେ ପ୍ରଶ୍ନ କରାଯିବା ସମ୍ଭାବନା ରହିଛି। ଜାମିନ ପରେ ଇଡି ପକ୍ଷରୁ ଅନେକଥର ସମନ ଜାରି ହେଲେ ମଧ୍ୟ ସେ ଅସୁସ୍ଥତା ଆଳ ଦେଖାଇ ଉପସ୍ଥିତ ହୋଇନଥିଲେ। ସେ ଭିଡିଓ କଲ୍ କିମ୍ବା ଘରେ ପ୍ରଶ୍ନ କରିବାକୁ ଅନୁରୋଧ କରିଥିବା ପରେ ଇଡି ସିଧାସଳଖ ତାଙ୍କ ଘରକୁ ପହଞ୍ଚିଥିବା ସୂଚନା ମିଳିଛି।

ଏହା ସହିତ ଇଡିର ଆଉ ଏକ ଟିମ୍ ନ୍ୟୁ ଟାଉନ୍‌ରେ ପ୍ରସନ୍ନ ରାୟଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି। ସେ ଏହି ନିଯୁକ୍ତି କାଣ୍ଡର ଅଭିଯୁକ୍ତ ମଧ୍ୟସ୍ଥ ଭାବେ ଚିହ୍ନଟ। ୨୦୨୨ରେ ବହୁ କୋଟି ଟଙ୍କାର ଏସଏସସି ନିଯୁକ୍ତି ଘୋଟାଳାରେ ପାର୍ଥ ଚାଟର୍ଜୀଙ୍କୁ ଇଡି ଗିରଫ କରିଥିଲା। ସେତେବେଳେ ତାଙ୍କ ନିକଟ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ନଗଦ ଜବତ ହୋଇଥିଲା। ପରେ ସେ ଜାମିନରେ ମୁକ୍ତ ହୋଇଥିଲେ। ଏହି ଚଢ଼ାଉ ନିର୍ବାଚନ ପୂର୍ବରୁ ବଙ୍ଗର ରାଜନୀତିକ ପରିସ୍ଥିତିକୁ ଆହୁରି ତିବ୍ର କରିଦେଇଛି।

Leave A Reply

Your email address will not be published.