ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ

0

୬୦ରୁ ଅଧିକ ଦୋକାନ ଜଳି ଛାରଖାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ସହରରେ ଥିବା ପନିପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ରୁ ୬୦ଟି ଦୋକାନ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବଜାରରେ ପାର୍କ ହୋଇଥିବା ଅନେକ ଗାଡ଼ି ମଧ୍ୟ ନିଆଁରେ ପୋଡି ନଷ୍ଟ ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ ଶିକୋହାବାଦର ପରିବା ହାଟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ଭୟାବହ ରୂପ ଧାରଣ କରି ୫୦ରୁ ୬୦ଟି ଦୋକାନକୁ ବ୍ୟାପି ଯାଇଥିଲା। ପରିବା ଦୋକାନ ସହିତ କପଡ଼ା ଦୋକାନ ମଧ୍ୟ ଏଥିରେ ପୂରାପୂରି ଜଳିଯାଇଥିଲା।
ଅଗ୍ନିକାଣ୍ଡରେ ଦୋକାନଗୁଡ଼ିକରେ ଥିବା ଜିନିଷପତ୍ର ସହିତ ନଗଦ ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଖବର ପାଇ ପୁଲିସ୍ ଓ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆଗ୍ନିଶମ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୩ ଘଣ୍ଟାର କଠିନ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ ବ୍ୟବସାୟୀମାନଙ୍କର ଭାରି କ୍ଷତି ହୋଇଥିବା ବେଳେ ଘଟଣାର କାରଣ ସମ୍ପର୍କରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.