ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ

0

ଭୁବନେଶ୍ଵର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଗତି ଦେବା ଏବଂ ଯାତ୍ରୀମାନଙ୍କ ସୁବିଧା ବଢ଼ାଇବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚରେ ସବ୍‌ସିଡି ସମସ୍ୟା ଯୋଗୁଁ ଭୁବନେଶ୍ୱରରୁ ପ୍ରାୟ ୧୧ଟି ବିମାନ ରୁଟ୍ ବନ୍ଦ ହୋଇଥିବାବେଳେ, ଏବେ ସେହି ଅବସ୍ଥାକୁ ସୁଧାରିବା ପାଇଁ ସରକାର ପୁଣିଥରେ ୧୦ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତି ଶେଷ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ତିରୁପତି, ଶିରିଡ଼ି, ସୁରତ ଏବଂ ଭୋପାଳକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିଶେଷକରି ତିରୁପତି ଓ ଶିରିଡ଼ି ଭଳି ପ୍ରମୁଖ ଧାର୍ମିକ ସ୍ଥଳକୁ ଓଡ଼ିଶାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାଉଥିବାରୁ ଏହି ରୁଟ୍‌ଗୁଡ଼ିକ ଆରମ୍ଭ ହେଲେ ଏକ “ଆଧ୍ୟାତ୍ମିକ କରିଡର” ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ସେଥିସହ ଦକ୍ଷିଣ ଓ ପଶ୍ଚିମ ଭାରତରୁ ପୁରୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହା ସୁବିଧାଜନକ ହେବ।

ଏହାସହିତ, ଗୁଜରାଟର ସୁରତରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ବାସ କରୁଥିବାରୁ ସେମାନଙ୍କ ଯାତାୟାତ ସୁବିଧା ପାଇଁ ଏହି ରୁଟ୍‌କୁ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା କେନ୍ଦ୍ରୀୟ ଭାରତ ସହ ସଂଯୋଗ ବଢ଼ାଇବାକୁ ଭୋପାଳକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ।
କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର ଝାରସୁଗୁଡ଼ାରୁ ମଧ୍ୟ ନୂଆ ରୁଟ୍‌ରେ ବିମାନ ସେବା ଆରମ୍ଭ କରାଯିବ। ଝାରସୁଗୁଡ଼ାରୁ ଅହମଦାବାଦ, ଜୟପୁର ଓ ପୁଣେକୁ ବିମାନ ଚଳାଚଳ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ରୁଟ୍‌ରେ ସେବା ଯୋଗାଉଥିଲେ ମଧ୍ୟ ପରେ ତାହା ବନ୍ଦ ହୋଇଯାଇଥିଲା। ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ, ବ୍ୟବସାୟ ଓ ଯାତାୟାତ କ୍ଷେତ୍ରକୁ ନୂଆ ଗତି ଦେବା ସହ ରାଜ୍ୟର ସମଗ୍ର ଆର୍ଥିକ ବିକାଶକୁ ମଧ୍ୟ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.