ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା

0

ମୁମ୍ବାଇ: ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଏହି ଜାମ୍‌ରେ ଘଣ୍ଟାଧରି ଅଟକି ରହିଥିବା ଜଣେ ମହିଳା ଧୈର୍ଯ୍ୟ ହରାଇ ସିଧାସଳଖ ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନଙ୍କୁ ପ୍ରତିବାଦ କରିଥିଲେ।

ମହିଳା ଜଣକ ନିଜ ପିଲାକୁ ସ୍କୁଲରୁ ଆଣିବା ପାଇଁ ଯାଉଥିବାବେଳେ ଦୀର୍ଘ ସମୟ ଧରି ଟ୍ରାଫିକରେ ଫସିଥିଲେ। ଏହାରେ ଅସନ୍ତୁଷ୍ଟ ହୋଇ ସେ ଗାଡ଼ିରୁ ଓହ୍ଲାଇ ମନ୍ତ୍ରୀଙ୍କ ନିକଟକୁ ଯାଇ କଡ଼ା ଭାଷାରେ ପ୍ରତିବାଦ କରିଥିଲେ। ସେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକଙ୍କୁ ଅସୁବିଧା ଦେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ତୁରନ୍ତ ରାସ୍ତା ଖାଲି କରିବାକୁ ଦାବି କରିଥିଲେ।

ମହିଳାଙ୍କ ଅଭିଯୋଗ ଅନୁସାରେ, ଜାମ୍ବୋରୀ ମଇଦାନ ପରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରାଲି ଆୟୋଜନ କରିବାରୁ ହଜାର ହଜାର ଲୋକ ଟ୍ରାଫିକରେ ଅଟକିଥିଲେ। ସେ ପାଖରେ ଥିବା ଖାଲି ଜାଗା ଦେଖାଇ ରାସ୍ତା ବନ୍ଦ କରାଯାଇଥିବାକୁ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଘଟଣାସ୍ଥଳରେ ପୋଲିସ ହସ୍ତକ୍ଷେପ କରି ମହିଳାଙ୍କୁ ବୁଝାଇଥିଲେ ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପି ପକ୍ଷରୁ ଆୟୋଜିତ “ମହାୟୁତି” ରାଲିରେ ଶତାଧିକ ମହିଳା ସାମିଲ ହୋଇଥିଲେ। ରାଲି ଆରମ୍ଭରେ ବିଳମ୍ବ ହେବାରୁ ସମଗ୍ର ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା ବିଘ୍ନିତ ହୋଇଥିଲା ଏବଂ ଘଟଣାଟି ପରେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି।

Leave A Reply

Your email address will not be published.