ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା କାଲି ପ୍ରକାଶିତ ହେବ ମାଟ୍ରିକ ଫଳ

0

ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମେ ୨ ଅର୍ଥାତ ଆସନ୍ତା କାଲି ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ବୋର୍ଡ ମୁଖ୍ୟାଳୟରେ ଫଳ ଘୋଷଣା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି।

ଏହାସହିତ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷାର ଫଳ ମଧ୍ୟ ସେହି ଦିନେ ପ୍ରକାଶିତ ହେବ। ଚଳିତ ବର୍ଷ ରାଜ୍ୟର ୩୦୮୨ଟି କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୬ଟାରୁ ବୋର୍ଡର ଅଧିକୃତ ୱେବସାଇଟ୍ www.bseodisha.ac.in ଓ www.bseodisha.nic.inରେ ନିଜ ରୋଲ୍ ନମ୍ବର ଦେଇ ଫଳ ଯାଞ୍ଚ କରିପାରିବେ।

ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳରେ ଏସଏମଏସ୍‌ ମାଧ୍ୟମରେ ମଧ୍ୟ ଫଳ ଜାଣିପାରିବେ। ଏହା ପାଇଁ ମୋବାଇଲରେ OR10 ଲେଖି ନିଜ ରୋଲ୍‌ ନମ୍ବର ସହ 5676750 କୁ ପଠାଇଲେ ରେଜଲ୍ଟ ମିଳିବ। ମାଟ୍ରିକ ଫଳ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Leave A Reply

Your email address will not be published.