ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ

0

ନ୍ୟୁଜ୍ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ଉନ୍ମୋଚନ କରିଥିଲେ। ଏଥର ପାସ୍‌ ହାର ୯୫.୩୩% ରହିଥିବା ବେଳେ ୫,୧୯,୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଗ୍ରେଡ୍‌ ଅନୁଯାୟୀ A1ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। B1ରେ ୪୩,୫୬୫ ପରୀକ୍ଷାର୍ଥୀ, B2ରେ ୮୬,୧୦୩ ପରୀକ୍ଷାର୍ଥ, Cରେ ୧,୨୯,୮୦୩ ପରୀକ୍ଷାର୍ଥୀ, Dରେ ୧,୪୬,୧୫୨ ପରୀକ୍ଷାର୍ଥୀ ଏବଂ Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପାସ୍‌ ହାର ୫୯.୮୨% ଥିବା ବେଳେ ୭୪୦୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ www.bseodisha.ac.in ଓ www.bseodisha.nic.in ରେ ରୋଲ୍‌ ନମ୍ବର ଦ୍ୱାରା ଫଳାଫଳ ଦେଖିପାରିବେ। ସନ୍ଧ୍ୟା ୬ଟାରୁ ଅନଲାଇନ୍‌ ଫଳାଫଳ ଉପଲବ୍ଧ ହେବ ଓ SMS (OR10 ପଠାଇ 5676750) ମାଧ୍ୟମରେ ମଧ୍ୟ ରିଜଲ୍ଟ ମିଳିବ। ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀରେ ସାର୍ଟିଫିକେଟ୍‌ ଦିଆଯିବ।

Leave A Reply

Your email address will not be published.