ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ

0

ନ୍ୟୁଜ୍ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ଉନ୍ମୋଚନ କରିଥିଲେ। ଏଥର ପାସ୍‌ ହାର ୯୫.୩୩% ରହିଥିବା ବେଳେ ୫,୧୯,୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଗ୍ରେଡ୍‌ ଅନୁଯାୟୀ A1ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। B1ରେ ୪୩,୫୬୫ ପରୀକ୍ଷାର୍ଥୀ, B2ରେ ୮୬,୧୦୩ ପରୀକ୍ଷାର୍ଥ, Cରେ ୧,୨୯,୮୦୩ ପରୀକ୍ଷାର୍ଥୀ, Dରେ ୧,୪୬,୧୫୨ ପରୀକ୍ଷାର୍ଥୀ ଏବଂ Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପାସ୍‌ ହାର ୫୯.୮୨% ଥିବା ବେଳେ ୭୪୦୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ www.bseodisha.ac.in ଓ www.bseodisha.nic.in ରେ ରୋଲ୍‌ ନମ୍ବର ଦ୍ୱାରା ଫଳାଫଳ ଦେଖିପାରିବେ। ସନ୍ଧ୍ୟା ୬ଟାରୁ ଅନଲାଇନ୍‌ ଫଳାଫଳ ଉପଲବ୍ଧ ହେବ ଓ SMS (OR10 ପଠାଇ 5676750) ମାଧ୍ୟମରେ ମଧ୍ୟ ରିଜଲ୍ଟ ମିଳିବ। ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀରେ ସାର୍ଟିଫିକେଟ୍‌ ଦିଆଯିବ।

Leave A Reply

Your email address will not be published.