ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଘଟିଥିବା ଜିତୁ ମୁଣ୍ଡାଙ୍କ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଚିଠିରେ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ମଲ୍ଲୀପଶି ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଘଟିଥିବା ଘଟଣାକୁ ଉଲ୍ଲେଖ କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ତ୍ରୁଟି ପାଇଁ କିଏ ଦାୟୀ ତାହା ତୁରନ୍ତ ନିର୍ଣ୍ଣୟ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି। ସେଥିପାଇଁ ଗ୍ରାମୀଣ ବ୍ୟାଙ୍କଗୁଡିକରେ ନାଗରିକ କେନ୍ଦ୍ରିକ ସେବାକୁ ସୁନିଶ୍ଚିତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗାଁର ଜିତୁ ମୁଣ୍ଡା (୫୦)ଙ୍କ ବଡ଼ ଭଉଣୀ କାଲରା ମୁଣ୍ଡା (୫୬)ଙ୍କ ଗତ ଜାନୁଆରୀ ୨୬ ତାରିଖରେ ଅସୁସ୍ଥତାରେ ମୃତ୍ୟୁ ଘଟିଥିଲା। ତାଙ୍କ ନାମରେ ପ୍ରାୟ ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ଏହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଯାଇଥିଲେ, କିନ୍ତୁ ସେଥିରେ ସଫଳ ହୋଇପାରିନଥିଲେ।

ଅଭିଯୋଗ ଅନୁସାରେ, ବ୍ୟାଙ୍କ ପରିଚାଳକ ତାଙ୍କୁ “ଭଉଣୀକୁ ନେଇଆସିଲେ ଟଙ୍କା ଦେବୁ” ବୋଲି କହିଥିବାରୁ, ନିରାଶ ଓ ବିବ୍ରତ ହୋଇ ଜିତୁ ମୁଣ୍ଡା ତାଙ୍କ ଭଉଣୀଙ୍କ ମୃତଦେହକୁ କବରରୁ ବାହାର କରି ବ୍ୟାଙ୍କକୁ ନେଇଆସିଥିଲେ ଓ ଟଙ୍କା ଦେବାକୁ ଦାବି କରିଥିଲେ। ଏହି ଘଟଣା ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ନବୀନ ପଟ୍ଟନାୟକ ଚିଠିରେ କହିଛନ୍ତି ଯେ, ଆପଣଙ୍କ ହସ୍ତକ୍ଷେପ ଦ୍ୱାରା ଏପରି ଘଟଣା ଆଗାମୀଦିନରେ ପୁଣି ହେବାକୁ ଦିଆଯିବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.