ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ

0

ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରି ହ୍ୟାଟ୍ରିକ ଜୟ ଦିଗରେ ଆଗୁଆ ହୋଇଛି। କଂଗ୍ରେସ ପାଇଁ ଏହି ନିର୍ବାଚନ ଭାରି ଝଟକା ସାବିତ ହୋଇଛି। ଦଳର ରାଜ୍ୟ ମୁଖିଆ ଓ ସାଂସଦ ଗୌରବ ଗୋଗୋଇ ମଧ୍ୟ ଜୋରହାଟ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଗୌରବ ଗୋଗୋଇଙ୍କୁ ବିଜେପି ପ୍ରାର୍ଥୀ ହିତେନ୍ଦ୍ରନାଥ ଗୋସ୍ୱାମୀ ପରାସ୍ତ କରିଛନ୍ତି। ହିତେନ୍ଦ୍ରନାଥ ୫୯,୧୧୩ ଭୋଟ ପାଇଥିବା ବେଳେ ଗୋଗୋଇ ୩୯,୪୯୪ ଭୋଟରେ ସୀମିତ ରହିଛନ୍ତି।

ଗୋଲାଘାଟ ଆସନରେ ବିଜେପିର ଅଜନ୍ତା ନେଓଗ ମଧ୍ୟ ବିଜୟ ହାସଲ କରିଛନ୍ତି। ସେ ୭୩,୯୮୩ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଟୁପନ ସାଇକିଆ ୪୩,୨୮୬ ଭୋଟ ପାଇଛନ୍ତି। ରାଜ୍ୟର ୧୨୬ଟି ଆସନ ମଧ୍ୟରୁ ବିଜେପି ୧୦ଟିରେ ଜିତିଥିବା ସହ ୮୭ଟିରେ ଆଗୁଆ ରହିଛି। କଂଗ୍ରେସ ୨୭ଟି ଆସନରେ ଲିଡ କରୁଥିବା ବେଳେ ଅନ୍ୟ ଦଳ ୨ଟିରେ ଆଗରେ ରହିଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକ ୬୪ ମ୍ୟାଜିକ ନମ୍ବରକୁ ବିଜେପି ସହଜରେ ଅତିକ୍ରମ କରିବା ଦିଗରେ ଅଛି।

Leave A Reply

Your email address will not be published.