ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ

0

ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ଥର ପାଇଁ ଶାସନକୁ ଫେରି ହ୍ୟାଟ୍ରିକ ସଫଳତା ହାସଲ କରିଛି। ଏହି ବିଜୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ସେ ଜାଲୁକବାରି ଆସନରୁ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେ କଂଗ୍ରେସ ପ୍ରାର୍ଥୀ ବିଦିଶା ନେଇଓଗଙ୍କୁ ୮୯,୪୩୪ ଭୋଟରେ ପରାଜିତ କରିଛନ୍ତି। ମୋଟ ୨୨ ରାଉଣ୍ଡ ଗଣତିରେ ଆରମ୍ଭରୁ ଆଗୁଆ ଥିବା ହିମନ୍ତ ଶେଷ ପର୍ଯ୍ୟନ୍ତ ଲିଡ ଧରି ରଖିଥିଲେ। ସେ ୧,୨୭,୧୫୨ ଭୋଟ ପାଇଥିବାବେଳେ ବିଦିଶାଙ୍କୁ ୩୭,୭୧୭ ଭୋଟ ମିଳିଛି। ଏହା ସହ ହିମନ୍ତ ବିଶ୍ୱଶର୍ମା କ୍ରମାଗତ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇ ନୂତନ ଇତିହାସ ଗଢ଼ିଛନ୍ତି।

ଅନ୍ୟପକ୍ଷରେ, ଆସାମର ୧୨୬ଟି ବିଧାନସଭା ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୧୦୧ଟି ଆସନ ଦଖଳ କରିଥିବାବେଳେ କଂଗ୍ରେସ ମେଣ୍ଟ ୨୨ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ସୀମିତ ରହିଛନ୍ତି। ବିଜେପି ୯୦ଟି ଆସନରେ ପ୍ରାର୍ଥୀ ଦେଇଥିବା ସମୟରେ ୮୨ ଜଣଙ୍କ ବିଜୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି, ଯାହା ଦଳର ଦୃଢ଼ ସ୍ଥିତିକୁ ପ୍ରକାଶ କରୁଛି।

Leave A Reply

Your email address will not be published.