ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଇନ୍ଧନ ଅଭାବ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖାଦେଇଛି ଅସହ୍ୟ ଭିଡ଼। ଭୁବନେଶ୍ୱର-କଟକ ଟ୍ୱିନ୍ସିଟି ସହ ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜୟପୁର ଓ ରାଉରକେଲାରେ ତେଲ ପାଇଁ ଲୋକେ ରାତି ଅଧରୁ ଲାଇନ୍ରେ ଠିଆ ହେଉଛନ୍ତି। ଅନେକ ପେଟ୍ରୋଲ ପମ୍ପରେ ‘ନୋ ଷ୍ଟକ୍’ ବୋର୍ଡ ଲାଗିଥିବାରୁ ଲୋକେ ଗୋଟିଏ ଟାଙ୍କିରୁ ଅନ୍ୟ ଟାଙ୍କିକୁ ଦୌଡ଼ୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତେଲ ପାଇଁ ଗ୍ରାହକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏପରିକି ଜାତୀୟ ରାଜପଥ ଉପରେ ଗାଡ଼ିର ଲମ୍ବା ଧାଡି ଲାଗି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେଉଛି ଏବଂ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଛି। ଇନ୍ଧନ ସଙ୍କଟ କେବେ ସମାଧାନ ହେବ ସେନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ