ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ

0

ପଶ୍ଚିମ ବଙ୍ଗ: ଶୁଭେନ୍ଦୁ ଅଧିକାରୀଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦେବା ଘଟଣାରେ କଲକାତା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହସନୈନ୍‌ ଇକ୍‌ବାଲ ନାମକ ୨୭ ବର୍ଷୀୟ ଯୁବକଙ୍କୁ କଲକାତାର ଗାର୍ଡେନ ରିଚ୍‌ ଅଞ୍ଚଳରୁ ଧରାଯାଇଥିବା ସୂଚନା ମିଳିଛି। ଚଳିତ ମାସ ୧୪ ତାରିଖରେ ଭବାନୀପୁର ଥାନାକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା। ସେହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ସହଯୋଗରେ ଆତ୍ମଘାତୀ ବିସ୍ଫୋରଣ କରି ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ତେବେ ଇ-ମେଲଟି ଜଣେ ମହିଳାଙ୍କ ନାମରେ ପଠାଯାଇଥିବା ପୁଲିସ କହିଛି।

ଘଟଣାକୁ ଗୁରୁତ୍ୱ ସହ ନେଇ କଲକାତା ପୁଲିସର ସାଇବର ଶାଖା ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ଏବଂ ଟେକ୍ନିକାଲ ଟ୍ରାକିଂ ପରେ ଗାର୍ଡେନ ରିଚ୍‌ ଅଞ୍ଚଳର ଗୁଲାମ ଆବାସ ଲେନ୍‌ରେ ରହୁଥିବା ହସନୈନ୍‌ ଇକ୍‌ବାଲଙ୍କୁ ପୁଲିସ ଗିରଫ କରିଛି। ଘଟଣାକୁ ନେଇ ପୁଲିସ ଆହୁରି ତଦନ୍ତ ଜାରି ରଖିଛି ଏବଂ ଧମକ ପଛରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଖୋଜଖବର ଚାଲିଛି।

Leave A Reply

Your email address will not be published.