ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର

0

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ବଡ଼ ସ୍ୱସ୍ତି; ‘ସାଇମି’ ଟ୍ୟାଙ୍କର ସୁରକ୍ଷିତ ଭାବେ କାଣ୍ଡଲା ବନ୍ଦରରେ ପହଞ୍ଚିଲା । ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ପ୍ରାୟ ୨୦ ହଜାର ଟନ୍‌ ରନ୍ଧନ ଗ୍ୟାସ୍‌ ବୋଝେଇ ହୋଇଥିବା ଏଲପିଜି ଟ୍ୟାଙ୍କର ‘ସାଇମି’ ରବିବାର ଗୁଜୁରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ଚଳିତମାସ ୧୩ ତାରିଖରେ ଟ୍ୟାଙ୍କରଟି ବିବାଦୀୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲା।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ତୀବ୍ର ହେବା ପରେ ପ୍ରଥମେ ଇରାନ ଏବଂ ପରେ ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଥିବାରୁ ବିଶ୍ୱ ତୈଳ ଓ ଗ୍ୟାସ୍‌ ଯୋଗାଣ ନେଇ ଚିନ୍ତା ବଢ଼ିଥିଲା। ଏହାର ପ୍ରଭାବରେ ବିଦେଶୀ ଟ୍ୟାଙ୍କରଗୁଡ଼ିକ ପାଇଁ ହର୍ମୁଜ ଅତିକ୍ରମ କରିବା କଷ୍ଟକର ହୋଇପଡ଼ିଛି।

ତେବେ ଭାରତ ଭଳି କେତେକ ବନ୍ଧୁ ରାଷ୍ଟ୍ରର ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ପାଇଁ Iran ପୂର୍ବରୁ ଅନୁମତି ଦେଇଥିବାରୁ ଏହି ଟ୍ୟାଙ୍କର ସୁରକ୍ଷିତ ଭାବେ ଭାରତରେ ପହଞ୍ଚିପାରିଛି। ଏହି ଘଟଣା ମଧ୍ୟପ୍ରାଚ୍ୟ ସଂକଟ ସମୟରେ ଭାରତର ଉର୍ଜା ସୁରକ୍ଷା ପାଇଁ ଏକ ବଡ଼ ସ୍ୱସ୍ତି ବୋଲି ମନେ କରାଯାଉଛି।

Leave A Reply

Your email address will not be published.