ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

0

ପଞ୍ଜାବ: ପଞ୍ଜାବର ଫିରୋଜପୁରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମେ’ ୨୩ ତାରିଖରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରାଯାଇ ନିର୍ଦ୍ଧାରିତ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବାକୁ ସହମତି ହୋଇଛି।

ଏନେଇ ଫିରୋଜପୁର ଜିଲ୍ଲାପାଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ତେବେ ଉତ୍ତର ପ୍ରଦେଶର ହାପୁରରେ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଫିରୋଜପୁର କ୍ୟାଣ୍ଟନମେଣ୍ଟର ଏକ ଜଗନ୍ନାଥ ମନ୍ଦିର ସରକାରୀ ନିର୍ଦ୍ଧାରିତ ତିଥିର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା କରିବାକୁ ଯୋଜନା କରିଥିଲା। ଏହାକୁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ବିରୋଧ କରିଥିଲା।

ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାରମ୍ପରିକ ତିଥି ଓ ଶାସ୍ତ୍ରୀୟ ନିୟମ ଅନୁଯାୟୀ ପାଳନ କରାଯିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ, ୨୦୨୬ ମସିହାରେ ରଥଯାତ୍ରା ଜୁଲାଇ ୧୬ରେ ପାଳନ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଫିରୋଜପୁର ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ। ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ, ନିର୍ଦ୍ଧାରିତ ତିଥି ବାହାରେ ରଥଯାତ୍ରା ପାଳନ କରାଗଲେ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନା ଆଘାତ ପାଇପାରେ।

Leave A Reply

Your email address will not be published.