ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଇଟାଲୀ ଗସ୍ତରେ ମୋଦୀ

0

ନ୍ୟୁଜ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ନରୱେ ଗସ୍ତ ଶେଷ କରି ମଙ୍ଗଳବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ସେ ରୋମ ଗସ୍ତରେ ଯାଇଛନ୍ତି।

ନରୱେ ଗସ୍ତ ସମୟରେ ମୋଦୀ ଭାରତ ଓ ନର୍ଡିକ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଏକାଧିକ ବୈଠକ କରିଥିଲେ। ସେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟ୍ରୁନ୍ ଫ୍ରୋଷ୍ଟାଡୋଟିର୍, ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପେଟେରୀ ଓର୍ପୋ ଏବଂ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ପୃଥକ ଆଲୋଚନା କରିଥିଲେ।

ଏହି ବୈଠକଗୁଡ଼ିକରେ ବାଣିଜ୍ୟ, ବିନିଯୋଗ, ସବୁଜ ଶକ୍ତି, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ସାମୁଦ୍ରିକ ସହଯୋଗ ଓ ଡିଜିଟାଲ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଭାରତ ଓ ନର୍ଡିକ ଦେଶମାନଙ୍କ ମଧ୍ୟରେ ଆଗାମୀ ସହଯୋଗ ପାଇଁ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡେନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଏବଂ ସ୍ୱିଡେନକୁ ନର୍ଡିକ ଦେଶ କୁହାଯାଏ। ଏହି ଦେଶଗୁଡ଼ିକ ସବୁଜ ଶକ୍ତି, ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭାବେ ପରିଚିତ।

Leave A Reply

Your email address will not be published.